ଓଡ଼ିଆ ନ୍ୟୁଜ୍: ଉତ୍ତରଦ୍ବାର ନିକଟରେ ବ୍ୟାରିକେଡ୍କୁ ଠେଲି ପଶିଲେ ଭକ୍ତ। ବ୍ୟାରିକେଡ୍କୁ ଠେଲି ପଶିଲା ବେଳେ ପଡ଼ିଗଲେ ୨ ମହିଳା ଭକ୍ତ। ଠେଲାପେଲା ହୋଇ ଭିତରକୁ ପଶିଲେ ବହୁସଂଖ୍ୟାରେ ଭକ୍ତ। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍କୁ ଜୋର୍ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୁରୁଖୁରୁରେ ଦର୍ଶନ ପାଇଁ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା କର୍ମୀ ଉଦ୍ୟମ ଜାରି ରଖିଛନ୍ତି।