ଓଡିଶାରେ ସୁଟିଂ ହେବ ପୁଷ୍ପା-୨, ଜାଣନ୍ତୁ କେଉଁ ସ୍ଥାନରେ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନ ମୋହୁଛି। ପୁଷ୍ପା-୨ର ସୁଟିଂ ମାଲକାନଗିରିରେ ହେବ ବୋଲି ସୂଚନା ମିଳିଛି। ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ସୁପରହିଟ୍ ଓଡ଼ିଆ ସିନେମା ‘ଦମନ’ର ଅଧିକାଂଶ ସୁଟିଂ ମାଲକାନଗିରିରେ ହୋଇଥିଲା। ଏବେ ତେଲୁଗୁ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ ମାଲକାନଗିରିରେ କରାଯିବ। ଏନେଇ ମାଲକାନଗିରିରେ ଜୋରଦାର ଚର୍ଚ୍ଚା ଚାଲିଛି।ସୂଚନା ଅନୁଯାୟୀ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ କରାଯିବା ନେଇ ସ୍ଥିର ହୋଇଛି।

ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି।

‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି।

ନିକଟରେ ପୁଷ୍ପା-୨ର ଟିଜର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ବେଶ ପସନ୍ଦ ଆସିଛି ।

Leave A Reply

Your email address will not be published.