ପୁଷ୍ପା ଫିଲ୍ମ ପ୍ରଯୋଜକଙ୍କ ଘରେ ଆୟକର ବିଭାଗର ଚଢ଼ାଉ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଷ୍ପା ଫିଲ୍ମ ପ୍ରଯୋଜକଙ୍କ ଘରେ ଆୟାକର ବିଭାଗ ଚଢ଼ାଉ କରିଛି। ସିନେମା ‘ପୁଷ୍ପା’ର ପ୍ରଯୋଜନା ସଂସ୍ଥା କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି । ଗତକାଲି ଆୟକର ବିଭାହ ପ୍ରଯୋଜନା ସଂସ୍ଥା ‘ମୈଥୀ ମୁଭି ମେକର୍ସ’ ଅଫିସ ସମେତ ଏହି ଚଳଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।ଏହି ପ୍ରଯୋଜନା ସଂସ୍ଥା ଏବେ ତେଲଗୁ ସିନେମା ଇଣ୍ଡଷ୍ଟ୍ରିର ଏକ ବଡ ପ୍ରଯୋଜନା ସଂସ୍ଥା ଭାବେ ସାମ୍ନାକୁ ଆସିଛି ।

ଏକାଧିକ ବଡ ବଜେଟର ମୁଭି ମଧ୍ୟ ନିର୍ମାଣ କରିଛି । ଚଳଚିତ୍ର ‘ପୁଷ୍ପା’ର ପ୍ରଥମ ପାର୍ଟ ଐତିହାସିକ ବ୍ୟବସାୟିକ ସଫଳତା ପାଇବା ପରେ ଏବେ ‘ପୁଷ୍ପା-2’ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ପ୍ରଥମ ପାର୍ଟର ଲୋକପ୍ରିୟତା ତଥା ଆର୍ଥିକ ସଫଳତା ପରେ ଦ୍ବିତୀୟ ପାର୍ଟର ନିର୍ମାଣରେ କିଛି ବିଦେଶୀ ପୁଞ୍ଜି ଲାଗିଥିବା ସନ୍ଦେହ କରୁଛି ଆୟକର ବିଭାଗ । ହାଇଦ୍ରାବାଦର ଜୁବଲୀ ହିଲ୍ସରେ ଥିବା ପ୍ରଯୋଜନା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ଚଢାଉ କରି ଆୟକର ବିଭାଗ ‘ପୁଷ୍ପା’ ମୁୁଭି ସହ ଜଡିତ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି । କେନ୍ଦ୍ରୀୟ ଫୋର୍ସ ମଧ୍ୟ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି । ଆୟକର ଅଧିକାରୀଙ୍କ ଦୁଇଟି ଟିମ ଗତକାଲି (ବୁଧବାର) ପ୍ରଯୋଜନା ସଂସ୍ଥାର ଦୁଇ ମୁଖ୍ୟ ନବୀନ ୟେର୍ଣେନୀ ଓ ୟାଲାମାନଚିଲି ରବି ଶଙ୍କରଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲା । ଗତବର୍ଷ ଡିସେମ୍ବରରେ ମଧ୍ୟ ଏହି ପ୍ରଯୋଜନା ସଂସ୍ଥାର କାର୍ଯ୍ୟାଳୟରେ ଆୟକର ଦ୍ବାରା ଚଢାଉ ହୋଇ ସାରିଛି । ସେତେବେଳେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିନଥିଲା ।

 ଏବେ ପୁଷ୍ପା-୨ ର ସୁଟିଂ ମଧ୍ୟ ସୁକୁମରଙ୍କ ନେତୃତ୍ବରେ ଆରମ୍ଭ ହୋଇସାରିଛି । ଏହାଛଡା ସୁକୁମାରଙ୍କ ନିଜର ମଧ୍ୟ ଏକ ପ୍ରଯୋଜନା ସଂସ୍ଥା ରହିଛି । ତେବେ ଏହାର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପାଇଁ ଆୟକର ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.