ଜାପାନରେ କ୍ୱାଡ୍ ସମ୍ନିଳନୀ

0

ଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନରେ ଅନୁଷ୍ଠିତ ହୋଇଛି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାଡ୍ ସମ୍ନିଳନୀ । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ‘କୋ ଏନ୍ଥୋନୀ’ ଶପଥ ନେବାର ୨୪ ଘଂଟା ମଧ୍ୟରେ କ୍ୱାଡ୍ ବୈଠକରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ମୁତାବକ,  ଖୁବ୍ କମ୍ ସମୟରେ କ୍ୱାଡ୍ ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ବୈଠକରେ ରୁଷ-ୟୁକ୍ରେନ୍ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହୋଇଛି । । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ରୁଷ ରାଷ୍ଟ୍ରପତି ପୁଟିନ୍ ଏକ ସଂସ୍କୃତିକୁ ଶେଷ କରିବାକୁ ଚାହୁଁଛନ୍ତି । ଏହା ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ । ରୁଷ ଏହି ଯୁଦ୍ଧକୁ ଯେତେ ଦିନ ବଢାଇବ, ସେତେଦିନ ପର୍ୟ୍ୟନ୍ତ ଆମେରିକା ୟୁକ୍ରେନ୍କୁ ସହଯୋଗ କରିବ ବୋଲି କହିଛନ୍ତି ବାଇଡେନ୍ । ୪ ଦେଶର ନେତାବୃନ୍ଦଙ୍କ ମଧ୍ୟରେ ଆଲୋଚନା ହେବା ପରେ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସୂଚନା ରହିଛି ।

Leave A Reply

Your email address will not be published.