ସଂସଦରେ ପ୍ରଶ୍ନପତ୍ର ଲିକ୍ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଟିଏ ପଟେ ସର୍ବୋଚ୍ଚକୋର୍ଟରେ ନିଟ୍‌ ପେପର ଲିକ ମାମଲାର ଶୁଣାଣି ଜାରି ରହିଥିବା ସଂସଦରେ ଏହି ପ୍ରସଙ୍ଗ ଆଜି ଝଡ ସୃଷ୍ଟି କରିଛି । ବିରୋଧୀ ସିଧା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିବା ସହ ଇସ୍ତଫା ଦାବି କରିଛନ୍ତି |

ଏହାକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି କହିଥିଲେ, NEET-UG ପ୍ରଶ୍ନପତ୍ର ଲିକ୍ ଉପରେ ଶିକ୍ଷା ମନ୍ତ୍ରୀ ନିଜକୁ ଛାଡ଼ି ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରୁଛନ୍ତି, ମୋତେ ଏହା ବି ଲାଗୁନାହିଁ ଯେ, ସେ ଗୃହରେ ଚାଲିଥିବା ବିତର୍କର ମୂଳ ତତ୍ତ୍ୱକୁ ବୁଝୁଛନ୍ତି ବୋଲି। ରାହୁଲ ଗାନ୍ଧିଙ୍କ ବିତର୍କ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, “ମୋତେ କାହାର ସାର୍ଟିଫିକେଟ ଦରକାର ନାହିଁ। ଯାହା ମୋ ଶିକ୍ଷା ଏବଂ ସଂସ୍କାର, ତାହା ମୋର ସାମାଜିକ ଜୀବନ, ମୁଁ ମୋ ରାଜ୍ୟ ତଥା ଜନତାଙ୍କଠାରୁ ଅନୁମୋଦନ ଲାଭ କରିଛି। ମୋତେ ଗୃହରେ କାହାର ପ୍ରମାଣପତ୍ର ଦରକାର ନାହିଁ।”  ଗତ 7ବର୍ଷ ମଧ୍ୟରେ ‘ଏନଟିଏ’ ଶତାଧିକ ପରୀକ୍ଷା ପରିଚାଳନା କରିଛି । କୌଣସି ଗୋଟିଏ ଅଭିଯୋଗ ସେପରି ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ ।

Leave A Reply

Your email address will not be published.