ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାର ପାଇଁ ଲମ୍ଵା ଲାଇନ । ଆଗୁଆ ସାର ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । କେଉଁଠି ଲମ୍ଵା ଲାଇନ ତ ଆଉ କେଉଁଠି ଲ୍ୟାମ୍ସ ଆଗରେ ରାତି କାଟୁଛନ୍ତି ଚାଷୀ । ଏମିତିକି ଲାଇନରେ ଇଟା, ପଥର, ବ୍ୟାଗ, ଛତା ଆଦି ରଖି ଜଗିଛନ୍ତି। ତଥାପି ମିଳୁନି ୟୁରିଆ ସାର । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲ୍ୟାମ୍ପ୍ସ କାର୍ଯ୍ୟାଳୟ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲ୍ୟାମ୍ପ୍ସ ପକ୍ଷରୁ ଚାଷୀ ମାନଙ୍କୁ ସାର ନେବାପାଇଁ ଡକାଯାଇଥିଲା ମାତ୍ର ଠିକ ପରିମାଣର ସାର ଆସୁନଥିବାରୁ ଚାଷୀଙ୍କ ମଧ୍ୟରେ ଚାଲିଛି ଠେଲାପେଲା । ଚାଷୀ ମାନେ ପହଞ୍ଚିବା ବେଳକୁ ସେଠାରେ ସାର ଦେବା ପାଇଁ କୌଣସି କର୍ମଚାରୀ ନଥିଲେ।
ଘଣ୍ଟା ଘଣ୍ଟା ଟାଣ ଖରାରେ ଛିଡା ହୋଇ ଅପେକ୍ଷା କରିବା ପରେ ଲାଇନରେ ଇଟା ପଥର ରଖି ଥିଲେ। ଇଟା ତଳେ ନିଜ ଆଧାର କାର୍ଡକୁ ମଧ୍ୟ ରଖିଥିଲେ । ସୁନ୍ଦରଗଡ ବାଲିଶଙ୍କରା ଲ୍ୟାମ୍ପସ କର୍ତ୍ତୃପକ୍ଷ ଚାଷୀଙ୍କୁ ସାର ନ ଦେଇ କଳାବଜାରୀ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।