କାହିଁକି 450 କି.ମି. ଚାଲିଲେ ଜଣେ ଯୁବକ

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ସିଏଏ କୁ ସମର୍ଥନ, ଭ୍ରଷ୍ଟାଚାରକୁ ବିରୋଧ ଏବଂ ତୃତୀୟ ଲିଙ୍ଗକୁ ଆରକ୍ଷଣ ଦାବି କରି ରବି କୁମାର ନାମକ ଜଣେ ଯୁବକ ପଦଯାତ୍ରା କରିଛନ୍ତି l ସେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରୁ 1ତାରିଖ ରୁ ତ୍ରିରଙ୍ଗା ପଦଯାତ୍ରାରେ ବାହାରି 28 ତାରିଖ (ଶୁକ୍ରବାର) ପୁରୀରେ ପଂହଁଚିଛନ୍ତି l ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କର ପାଦ ଯାତ୍ରା ଶେଷ କରିଛନ୍ତି l ସେ 28 ଦିନରେ 450 କି.ମି. ଯାତ୍ରାକରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବାସହ 450ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିଛନ୍ତି l ଦସ୍ତଖତର ଜେରକ୍ସ କପିକୁ ସେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଭାଜପା ସଭାପତିଙ୍କୁ ପ୍ରଦାନ କରିବେବୋଲି କହିଛନ୍ତି l

Leave A Reply

Your email address will not be published.