ଅଶୁଭ ପାଲଟିଲା ଜନ୍ମଦିନ ଚାଲିଗଲା ତିନୋଟି ଜୀବନ

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କୋରାପୁଟ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । କୋରାପୁଟ ସରକାରୀ ମହାବିଦ୍ୟାଳୟର ୩ ଜଣ ଛାତ୍ର ଏବଂ ୪ଜଣ ଛାତ୍ରୀ ଜଣେ ବନ୍ଧୁଙ୍କ ଜନ୍ମଦିନ ଭୋଜି କରିବାସହ କୋଲାବ ଡ୍ୟାମକୁ ବୁଲିଵାକୁ ଯାଇଥିଲେ l ୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଛାତ୍ର କୋଲାବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସେମାନଙ୍କର ଗୋଡ଼ ଖସିବାରୁ ସେମାନେ ପାଣିରେ ବୁଡି ଯାଉଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ଚିତ୍କାର କରିଥିଲେ lଚିତ୍କାର ଶୁଣି ସ୍ଥାନୀୟ ଲୋକେ୩ ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ମହାବିଦ୍ୟାଳୟ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.