ଓଡ଼ିଆ ନ୍ୟୁଜ୍: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା। ‘ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ’।ବଜେଟ୍ ଖର୍ଚ୍ଚ ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ।‘୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ ଲକ୍ଷ୍ୟ’। ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ସରିଛି: ମନ୍ତ୍ରୀ। ‘ସମୟ ସୀମା ମଧ୍ୟରେ ସବୁ କାମ ସାରିବାକୁ ଦିଆଯାଇଛି ଟାର୍ଗେଟ’।’ଏବେ ୫୩% ବଜେଟ୍ ଖର୍ଚ୍ଚ ସରିଛି, ୩ ମାସରେ ୧୦୦% ଖର୍ଚ୍ଚ ସରିବ’। ଗତ ସରକାରରେ ୯୨ଟି ବ୍ରିଜ୍କୁ ଆପ୍ରଚ୍ ରୋଡ୍ ନଥିଲା: ମନ୍ତ୍ରୀ।’ବର୍ତ୍ତମାନ ସୁଦ୍ଧା ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଜେଟ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ସମୟ ସୀମା ମଧ୍ୟରେ ସମସ୍ତ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ଗତ ସରକାରରରେ ୯୨ଟି ବ୍ରିଜ୍କୁ ଆପ୍ରୋଚ ରୋଡନଥିଲା । ଆମ ସରକାର ଆସିବା ପରେ ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣ । ଏବେ ସୁଦ୍ଧା ୫୩ ପ୍ରତିଶତ ବଜେଟ୍ ଖର୍ଚ୍ଚ ସରିଥିବା ବେଳେ ୩ ମାସରେ ଶତ ପ୍ରତିଶତ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।