ଓଡ଼ିଆ ନ୍ୟୁଜ୍: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରତିକ୍ରିୟା। ମୋର ବ୍ୟକ୍ତିଗତ କାରଣ ପାଇଁ ମୁଁ ବିଜେଡି ଛାଡିଲି।ଦଳ ଭିତରେ କୋର୍ସ କରେକ୍ସନ୍ ଦେଖିବାକୁ ପାଇଲୁ ନାହିଁ।ବିଜେଡିରେ ଉତ୍ତରାଧିକାରୀ ବାଛିବାର ସମୟ ଆସିଛି: ରବୀନ୍ଦ୍ର।ବିଜେଡିର ପତନକୁ ନେଇ ଅକାଳୀ ଦଳର ଉଦାହରଣ ଦେଲେ।ସୁବାସିନୀ ବିଜେଡି ଟିକେଟରେ ୫ ବର୍ଷ ଯାଏଁ ନିର୍ବାଚିତ ହୋଇଛନ୍ତି।୨୦୨୪ ନିର୍ବାଚନ ପତନ ପରେ ବି କୋର୍ସ କରେକ୍ସନ୍ କରାଗଲା ନାହିଁ।
୨୦୨୪-୨୬ ମଧ୍ୟରେ ଦଳର ବିକାଶରେ କୌଣସି ପରିବର୍ତ୍ତନ ଦେଖାଗଲାନି।ସୁବାସିନୀଙ୍କ ନିଷ୍ପତ୍ତି ସେ କାହାକୁ ଭୋଟ୍ ଦେବେ: ରବୀନ୍ଦ୍ର।୧୬ ତାରିଖରୁ ବଦଳିବ ରାଜନୈତିକ ସମୀକରଣ: ରବୀନ୍ଦ୍ର।ବିଜୁବାବୁଙ୍କୁ ଭଲ ପାଉଥିବା ଲୋକଙ୍କ ହୃଦୟରେ ଅଛନ୍ତି ଦିଲ୍ଲୀପ ରାୟ। ଆଗାମୀ ଦିନରେ ବିଜେପିରେ ଅନେକ ନେତା ଯୋଗ ଦେବେ।ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଫୋନ୍ରେ କଥା ହୋଇଥିଲି, ସେ ମୋତେ ସ୍ୱାଗତ କଲେ।ସଂସଦରେ ଉପସ୍ଥିତ ରହିବାକୁ ହ୍ୱିପ୍ ଥିବାରୁ ସେ ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିଲେ।ସାଧାରଣ କର୍ମୀ ଭାବେ ତୃଣମୂଳସ୍ତରରେ କାମ କରିବି, ଦଳକୁ ସୁଦୃଢ଼ କରିବି।ଆଗାମୀ ଦିନରେ ବିଧାୟକ, ସାଂସଦ ହେବାକୁ ଲୋଭ ନାହି।