ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ରେସରେ ନଥିବା କଂଗ୍ରେସ ପୁଣି ଏହି ରେସରେ ଯୋଡ଼ି ହୋଇଛି । ରାହୁଲ ହିଁ ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍ । ତାଙ୍କ ପାଇଁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ପଦର ଚେହେରା। ତଥାପି ଏ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏହା ସହିତ ଗେହଲଟ କହିଛନ୍ତି ଯେ, ଚଳିତ ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ରେ ସେ ତାଙ୍କର କାର୍ୟ୍ୟ ଏବଂ ଶାସନ ସମ୍ବନ୍ଧରେ ଜନସାଧାରଣଙ୍କ ନିକଟକୁ ଯିବେ।
ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଗେହଲଟ ଏହା କହିଛନ୍ତି। ଗେହଲଟ କହିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବଳ ରାଜସ୍ଥାନରେ ରାଜନୀତି କରିବି ଏବଂ ମୋର ଶେଷ ନିଶ୍ୱାସ ପର୍ୟ୍ୟନ୍ତ ମୁଁ ରାଜସ୍ଥାନର ସେବା କରିବାକୁ ନିଷ୍ପତ୍ତି ନେଇଛି।