ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ୩ ଘଣ୍ଟାର ଜେରା କରାଯାଇଥିଲା।ଏଥିରେ ବ୍ୟାଙ୍କ ଆକାଉଣ୍ଟ ସମେତ ଅନେକ ଜିନିଷ ଉପରେ ପ୍ରଶ୍ନ କରିଥିଲା ଇଡି | ଜେରା ପରେ ଇଡି ଅଫିସରୁ ଲଞ୍ଚ ପାଇଁ ବାହାରିଥିଲେ ରାହୁଲ ଗାନ୍ଧୀ। ଏହା ପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉଭୟ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ସେମାନଙ୍କ ମା ସୋନିଆଙ୍କୁ ଦେଖା କରିଛନ୍ତି। COVID ସମ୍ବନ୍ଧୀୟ ସମସ୍ୟା ହେତୁ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୧୨ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ ରାହୁଲ। ଏବେ ସେ ଗଙ୍ଗାରାମ ହସ୍ପିଟାଲ୍ରୁ ବାହାରି ପୁନର୍ବାର ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି |। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିକଟକୁ ଇଡି ନୋଟିସ ପଠାଇବାରୁ ବିରୋଧ ପ୍ରଦର୍ଶନ କରୁଥିବା ୨୫୦ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି ପୁଲିସ।