୫ ଦିନିଆ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ: କୁଆଡ଼େ ଯାଇଛନ୍ତି ଅସ୍ପଷ୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସର ପୂର୍ବତନ ସଭାପତି ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଆଜି ପୁଣି ଥରେ ବିଦେଶ ଗସ୍ତରେ ଯାଇଛନ୍ତି। ପାର୍ଟି ସୂତ୍ର ଏହି ସୂଚନା ମିଳିଛି । ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତା ଆଜି ସକାଳେ ଯାତ୍ରା କରି ଜୁଲାଇ ୧୭ ରବିବାର ସୁଦ୍ଧା ଭାରତ ଫେରିବେ। ତେବେ ରାହୁଲ ଏକ ଘରୋଇ ଭ୍ରମଣରେ କିମ୍ବା ଅଫିସିଆଲ ଟୁରରେ ଯାଇଛନ୍ତି କି ନାହିଁ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେଉଁ ଦେଶ ପରିଦର୍ଶନ କରିବାକୁ ଯାଉଛନ୍ତି ତାହା ମଧ୍ୟ ଜଣା ନାହିଁ ।

ସଂସଦ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଫେରିବେ
ରାହୁଲ ଗାନ୍ଧୀ ଜୁଲାଇ ୧୭ ରେ ଅର୍ଥାତ୍ ସଂସଦ ଅଧିବେଶନ ପୂର୍ବରୁ ଫେରିବେ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହେବ ଏବଂ ଅଧିବେଶନ ଅଗଷ୍ଟ ୬ ରେ ଶେଷ ହେବ। ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଇଡି ଜୁଲାଇ ୨୧ ରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପ୍ରଶ୍ନ କରିପାରିବ। ତେଣୁ ଏହା ପୂର୍ବରୁ ସେ ବିଦେଶ ଗସ୍ତ ସାରି ଫେରିଆସିବେ ପୋଲି ସୂଚନା ମିଳିଛି ।

Leave A Reply

Your email address will not be published.