ସାଂସଦ ପଦ ଫେରି ପାଇବା ପରେ ଆଜି ୱାୟନାଡ ଯିବେ ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଂସଦ ପଦ ଫେରି ପାଇବା ପରେ ଆଜି ରାହୁଲ ଗାନ୍ଧୀ ଦୁଇ ଦିନିଆ ଓ୍ବାନିଜ ସଂସଦୀୟ କ୍ଷେତ୍ର ୱାୟନାଡ ଗସ୍ତରେ ଯିବେ। ନିକଟରେ ଲୋକ ସଭାର ସଦସ୍ୟତା ଫେରିପାଇବା ପରେ ଏହା କଂଗ୍ରେସ ନେତାଙ୍କ ପ୍ରଥମ ଓ୍ବାୟନାଡ ଗସ୍ତ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସର କେରଳ ୟୁନିଟରେ ଉତ୍ସାହ ରହିଛି।

ମୋଦି ଉପନାମ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ପରେ ଲୋକ ସଭା ସଦସ୍ୟତା ଫେରି ପାଇଥିଲେ ଏବଂ ଏହା ପରେ ସେ ପୁଣି ଥରେ ସଂସଦରେ ପହଞ୍ଚିଥିଲେ। ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ସାମିଲ ହୋଇଥଇଲେ।

Leave A Reply

Your email address will not be published.