ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଖୁବଶୀଘ୍ର ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବେ ରାହୁଲ ଗାନ୍ଧୀ। ଭାରତ ଯୋଡୋ ଯାତ୍ରାର ସଂଯୋଜକ ତଥା ରାଜୀବ ଗାନ୍ଧୀ ଫାଉଣ୍ଡେସନର ସିଇଓ ବିଜୟ ମହାଜନ ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ରାମ ଜନ୍ମଭୁମି ମନ୍ଦିରର ମୁଖ୍ୟ ପୂଜାରୀଙ୍କୁ ଭେଟିଛନ୍ତି । ସୂଚନା ଅନୁଯାୟୀ, ଏହି ବୈଠକ ଏକ ସପ୍ତାହ ପୂର୍ବରୁ ହୋଇଥିଲା । ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ରାମ ମନ୍ଦିର ଗସ୍ତ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । କୁହାଯାଉଛି ଯେ ରାମ ମନ୍ଦିରର ପ୍ରାମ ପ୍ରତିଷ୍ଠା ହେବା ପୂର୍ବରୁ ରାହୁଲ ଗାନ୍ଧୀ ରାମ ଜନ୍ମଭିମି ପରିଦର୍ଶନ କରିବାର ସମ୍ଭାବନା ଅଧିକ ବଳିଷ୍ଠ ହୋଇଛି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଭାରତ ଯୋଡ଼ୋ ଯାତ୍ରାର ସଂଯୋଜକ ତଥା ରାଜୀବ ଗାନ୍ଧୀ ଫାଉଣ୍ଡେସନର ସିଇଓ ବିଜୟ ମହାଜନ ଅଯୋଧ୍ୟାକୁ ଆସିଥିଲେ । ଏହି ଅବସରରେ ସେ ହନୁମାନଗଢିର ସାଧୁ ତଥା ରାମଲାଲାଙ୍କ ମୁଖ୍ୟ ପୁରୋହିତ ଏବଂ ଅନ୍ୟାନ୍ୟଙ୍କୁ ଭେଟିଛନ୍ତି । କୁହାଯାଉଛି କି, ଏହି ସମୟ ମଧ୍ୟରେ ସାଧୁମାନେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ରାମଲାଲାଙ୍କ ଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି । ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁମାନ ଯେ, ରାହୁଲଙ୍କ ଏହି ଗସ୍ତ ଯୋଜନା କରିବା ପୂର୍ବରୁ ମହାଜନ ସାଧୁମାନଙ୍କ ମତାମତ ନେବାକୁ ଆସିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହ କଥା ହୋଇଥିଲା । ଏହି ସମୟରେ ସେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଦର୍ଶନ ପାଇଁ ଆସିବାର ଅଧିକାର ଅଛି ।