ରାହୁଲଙ୍କୁ ପ୍ରଶ୍ନବାଣରେ ଘାଣ୍ଟୁଛି ଇଡି: ତୃତୀୟ ଦିନ ପାଇଁ ଆଜି ପୁଣି ହେବେ ଜେରା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନ୍ୟାସନାଲ ହେରାଲ୍ଡେ ମାମଲାରେ ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲାଗତର ୨ ଦିନ ଧରି ରାହୁଲଙ୍କୁ ପ୍ରଶ୍ନବାଣରେ ଘାଣ୍ଟୁଛି ଇଡି । ତୃତୀୟ ଥର ପାଇଁ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିବ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଗତକାଲି ରାହୁଲଙ୍କୁ ପ୍ରାୟ ୧୧ ଘଣ୍ଟା ପର୍ୟ୍ୟନ୍ତ ଜେରା କରିଥିଲା ଇଡି । ତେବେ ଏହି ଜେରା ଆଜି ମଧ୍ୟ ଜାରି ରହିବ ବୋଲି ଜଣାପଡିଛି ।

ରାହୁଲ ଗାନ୍ଧି ନ୍ୟାସନାଲ ହେରାଲ୍ଡେ ମାମଲାରେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିସାରିଛନ୍ତି । ଏହାକୁ ନେଇ ବିରୋଧ ମଧ୍ୟ କରାଯାଉଛି । ଯାହା ଗତକାଲି ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଇଡି ରାହୁଲଙ୍କୁ ପ୍ରାୟ ୨୧ ଘଣ୍ଟା କାଳ ଜେରା କରିସାରିଛି । ସୋମବାର ଦିନ ପ୍ରଥମ ଜେରାରେ ଇଡି ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଥିବାବେଳେ ମଙ୍ଗଳବାର ପ୍ରାୟ ୧୦ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଜେରା କରିଥିଲା ।

ମିଳିଥିବା ଖବର ଅନୁସାରେ,ଜେରା କରିବା ସମୟରେ ଇଡି ରାହୁଲଙ୍କୁ ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟ ପ୍ରଶ୍ନ ପଚାରିଥିଲା । ଗତକାଲି ରାହୁଲ ଗାନ୍ଧି ଏପିଜେ ଅବବ୍ଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟରେ ସକାଳ ପ୍ରାୟ ୧୧.୧୦ଟା ବେଳେ ପଂହଚିଥିଲେ । ସେଠାରେ ରାହୁଲଙ୍କୁ ପ୍ରାୟ ୧ଘଣ୍ଟା ପ୍ରଶ୍ନ କରିବା ପରେ ପ୍ରାୟ ୨.୩୦ ସମୟରେ ଇଡି ଅଫିସର ଫେରିଯାଇଥିଲେ । ପୁନର୍ବାର ରାହୁଲ ଅଫିସକୁ ପହଂଚିଥିଲେ । ପ୍ରାୟ ରାତି ୧୨ଟା ପର୍ୟ୍ୟନ୍ତ ପୁଣିଥରେ ରାହୁଲଙ୍କୁ ଜେରା କରିଥିଲା ଇଡି ।

Leave A Reply

Your email address will not be published.