ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଇମୋହନଙ୍କ ମୃତ୍ୟୁକୁ ନେଇ ଜୋନ ଏସିପିଙ୍କ ପ୍ରତିକ୍ରିୟା, ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି । ପରେ କଣ ପାରିବାରିକ କଳହ ଥିଲା ସେନେଇ ତଦନ୍ତ ଚାଲିଛି । ୧୦ ରୁ ୧୦.୩୦ ମଧ୍ୟରେ ରାଇମୋହନ ଙ୍କ ବଡ଼ ଝିଅ ଓ ପତ୍ନୀ କୌଣସି ଏକ କାମରେ କଟକ ଯାଇଥିଲେ । କିଛି ସମୟ ପରେ ରାଇମୋହନ ତାଙ୍କ ଫ୍ୟାମିଲ ଗ୍ରୁପ ରେ ଗୁଡ଼ ବାଏ ବୋଲି ମେସେଜ କଲେ । ପରେ ତାଙ୍କ ଝିଅ ମେସେଜ ର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତାପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା ।
ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରା ଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛ ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଏହାପରେ ରାଇମୋହନ ଙ୍କ ବଡ଼ ଝିଅ କୁ କଲ କ୍ରିହିଥିଲେ ଏବଂ ପୋଲିସ କୁ ମଧ୍ୟ ଜଣାଇ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନ ଙ୍କୁ ଓଲ୍ହାଇ ଦେଇଛନ୍ତି । ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ଝିଅ ମଧ୍ୟ ୧୦ ତା ସମୟରେ କଲେଜ ଯାଇଥିଲେ