ଆଉ ଥରେ ଦୁନିଆ ଦେଖିବେ ରାଇ, ମୃତ୍ୟୁ ପରେ ଦେଇଗଲେ ଆଖି

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମୃତ୍ୟୁ ପରେ ବି ଦୁନିଆ ଦେଖିବେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । କାରଣ ମୃତ୍ୟୁ ପରେ ଦେଇଯାଇଛନ୍ତି ଆଖି । ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି । ଯେଉଁ ଆଖି ଦେଖିଲେ ଲୋକେ ଭୟଭୀତ ହୋଇ ପଡୁଥିୁଲେ । ସେଇ ଆଖିକୁ ଅନ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ରାଇ ମୋହନ ପରିଡା । ରାଇମୋହନ ଚକ୍ଷୁଦାନ କରିଥିବାବେଳେ ତାଙ୍କ ବଡ ଝିଅଙ୍କୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରାଇମୋହନ ନିଜର ଦୁଇଟି ଯାକ ଆଖି ଅନ୍ୟ ପାଇଁ ପ୍ରଦାନ କରିଛନ୍ତି । ମୃତ୍ୟୁ ପରେ ବି ସେ ଅନ୍ୟ ଆଖିରେ ଦୁନିଆ ଦେଖିବେ । ତେବେ ପରିବାରର ଏପରି ନିଷ୍ପତ୍ତିକୁ ସମଗ୍ର ଓଡିଶାରେ ପ୍ର୍ଶଂସା କରାଯାଉଛି ।

କହିରଖୁ କି, ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ । ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ପରେ ରାଇମୋହନଙ୍କ ପାର୍ଥିବ ଶରୀର କ୍ୟାପିଟାଲ ହସ୍ପିଟାଲରୁ ବାହାରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଭିମୁଖେ ନିଆଯାଇଛି। ସେଠାରେ ସିନେମା ଓ ଯାତ୍ରା ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହା ପରେ ପାର୍ଥିବ ଶରୀରକୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ ଆଣାଯିବ। ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶେଷ ଦର୍ଶନ କରିବା ପରେ ତାଙ୍କୁ ପୁରୀ ଅଭିମୁଖେ ନିଆଯିବ । ସେଠାରେ ସ୍ୱଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.