ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ରାଇମୋହନଙ୍କ ଶେଷକୃତ୍ୟ

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ । ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ପରେ ରାଇମୋହନଙ୍କ ପାର୍ଥିବ ଶରୀର କ୍ୟାପିଟାଲ ହସ୍ପିଟାଲରୁ ବାହାରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଭିମୁଖେ ନିଆଯାଇଛି। ସେଠାରେ ସିନେମା ଓ ଯାତ୍ରା ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହା ପରେ ପାର୍ଥିବ ଶରୀରକୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ ଆଣାଯିବ।

ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶେଷ ଦର୍ଶନ କରିବା ପରେ ତାଙ୍କୁ ପୁରୀ ଅଭିମୁଖେ ନିଆଯିବ । ସେଠାରେ ସ୍ୱଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.