ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା ୫ ଦିନ ଯାଏ ରାଜ୍ଯରେ ଲାଗିରହିବ ବର୍ଷା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଥିବା ବେଳେ ୧୯ ଯାଗାରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲା ରେ ୧୩୨ ମିଲିମିଟର ରେକର୍ଡ କରାଯାଇଛି। ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୫ ଦିନ ଯାଏ ରାଜ୍ଯ ରେ ବର୍ଷା ଲାଗିରହିବ ।

ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ଅଧୀକାଂଶ ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ଓ ଉପକୂଳବର୍ତ୍ତୀ କିଛି ଜିଲ୍ଲା ରେ ମଧ୍ଯ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ରେ ପ୍ରବଳ କୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା କେଉଁଝର, ସୁନ୍ଦରଗଡ, ବରଗଡ, ସମ୍ବଲପୁର ଓ ବଲାଙ୍ଗିର। ଏହି ସମସ୍ତ ଜିଲ୍ଲା ର କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ। ଏହି ସମସ୍ତ ଜିଲ୍ଲା ଗୁଡିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଓରେଞ୍ଜ୍ ଓ୍ବାରଣ୍ଣିଂ ଜାରି କରାଯାଇଛି।
ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା ବୌଦ୍ଧ, କଳାହାଣ୍ଡି, ନୂଆପଡା, କନ୍ଧମାଳ, ମାଲକାନାଗିରି, କୋରାପୁଟ, ସୋନପୁର, ନବରଙ୍ଗପୁର, ଭଦ୍ରକ, ଯାଜପୁର, କଟକ, ଦେଓଗଡ, ଢେଙ୍କାନାଳ, ମୟୁରଭଞ୍ଜ, ଝାରସୁଗୁଡା, ବାଲେଶ୍ୱର ଓ ଅନୁଗୁଳ। ଏହି ସମସ୍ତ ଜିଲ୍ଲା ମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ମାନଙ୍କ ପାଇଁ ୟେଲୋ ଓ୍ବାରଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.