ଆସନ୍ତା ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ହେବ ବର୍ଷା, କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ହେବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ଉପରେ ସକ୍ରିୟ ଥିବା ଲଘୁଚାପ ଏବେ ଉତ୍ତର ଓଡିଶା ଓ ଉପକୂଳ ଓଡିଶା ଓ ଏହାର ଆଖପାଖ ରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ରେ ଲାଗିରହିବ ବର୍ଷା। ଆସନ୍ତା ୨୪ ଘଣ୍ଟାରେ ସବୁ ଜିଲ୍ଲା ରେ ବର୍ଷା ହେବ। କିଛି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ-
କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଗଂଜାମ, ଖୋର୍ଦ୍ଧା, ପୁରୀ
ପ୍ରବଳ ବର୍ଷା ହେବ-
ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ନୂଆପଡା ଓ ନବରଙ୍ଗପୁର

ଗତ ୨୪ ଘଣ୍ଟା ରେ ରାଜ୍ଯର ସମସ୍ତ ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି। କିଛି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ବରଗଡ ଜିଲ୍ଲା ରେ ସର୍ବାଧିକ ୧୦୩.୨ ମିଲିମିଟର ବର୍ଷା ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ର ବାଲିପାଟଣା ରେ ୯୫.୫ ମିଲିମିଟର ଓ ଭୂବନେଶ୍ୱର ସହର ରେ ୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
୧ ଜୁନ୍ ରୁ ୧୬ ଜୁଲାଇ ସୁଦ୍ଧା ୩୭୪.୭ ମିଲିମିଟର ବର୍ଷା ହୋଇଛି। ଏହି ସମୟ ଭିତରେ ୩୭୦.୯ ମିଲିମିଟର ବର୍ଷା ହୋଇଛି।
ରାଜ୍ୟ ରେ ବର୍ଷା ର ପରିମାଣ ସ୍ବାଭାବିକ ଠାରୁ ୧ ପ୍ରତିଶତ ଅଧିକ ରହିଛି।

୫ ଟି ଜିଲ୍ଲା ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଓ ନୂଆପଡା ରେ ଅତ୍ଯଧିକ ବର୍ଷା ହୋଇଛି।୨୧ ଟି ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି। ୪ ଟି ଜିଲ୍ଲା ସୁନ୍ଦରଗଡ଼, ପୁରୀ , କେନ୍ଦ୍ରାପଡ଼ା ଓ ବଲାଙ୍ଗିର ରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁଲାଇ ମାସରେ ଆଜି ସୁଦ୍ଧା ୨୮ ଟି ଜିଲ୍ଲା ରେ ଅତ୍ଯଧିକ ବର୍ଷା ହୋଇଛି। ୨ ଟି ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି। ଜୁଲାଇ ୧ ରୁ ଜୁଲାଇ ୧୬ ଭିତରେ ୨୪୩.୪ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକ ଠାରୁ ୫୧ ପ୍ରତିଶତ ଅଧିକ। ଏହି ସମୟ ଭିତରେ ହେବା କଥା ୧୬୧.୬ ମିଲିମିଟର ବର୍ଷା।

ଆସନ୍ତାକାଲି ଠାରୁ କିଛି ମାତ୍ରା ରେ ବର୍ଷା ର ପରିମାଣ କମିବ। ଆସନ୍ତାକାଲି ଦକ୍ଷିଣ ଓଡିଶା ର ଆଭ୍ୟନ୍ତରୀଣ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଓ କେଉଁଝର ଜିଲ୍ଲା ର କିଛି ସ୍ଥାନମାନଙ୍କ ରେ ପ୍ରବଳ ବର୍ଷା ହେବ। ତାପରେ ବର୍ଷାର ପରିମାଣ କମିବ। ଭୁବନେଶ୍ୱର ରେ ମଧ୍ଯ ହାଲୁକା ରୁ ମଧ୍ଯମ ଧରଣର ବର୍ଷା ହେବ। କିଛି ଯାଗାରେ ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.