ବର୍ଷା ଓ ବନ୍ୟା ସଡ଼କର କିଛି କରିପାରିବନି: ନୀତିନ ଗଡ଼କରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷା ହେଲେ ରାସ୍ତାର ଅବସ୍ଥା କେମିତି ହୁଏ, ତାହା ସମସ୍ତଙ୍କୁ ଜଣା । କେଉଁଠି ରାସ୍ତା ଧୋଇଯାଏ ତ ଆଉ କେଉଁଠି ଗାତ ହୋଇଯାଏ । ସେ ମହାନଗର ହେଉ କି ଛୋଟ ସହର । ହେଲେ ଏହି ସବୁ ଅସୁବିଧାରୁ ମୁକ୍ତ ହେବାର ପାଇଁ ସରକାର ଏକ ବଡ ଯୋଜନା ଉପରେ କାମ କରୁଛନ୍ତି । ସରକାର ଏବେ କ୍ରଂକିଟ୍‌ରେ ରାସ୍ତା ତିଆରି କରିବେ ଚିନ୍ତା କରୁଛନ୍ତି । ଏହି ପ୍ରକାର ସଡକ ବର୍ଷା ଓ ବନ୍ୟାର ସାମନା କରିପାରିବ । କେନ୍ଦ୍ରୀୟ ସଡକ ପରିବହନ ଓ ହାଇୱେ ମନ୍ତ୍ରୀ ନିତିନ୍‌ ଗଡକରୀ କହିଛନ୍ତି କି ତାଙ୍କ ମନ୍ତ୍ରାତ୍ରାଳୟ ଏକ ଏକ୍ସପର୍ଟ କମିଟି ଗଠନ କରିବ ।

ଏତଦ୍‌ବ୍ୟତୀତ ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ସଂସ୍ଥାର କିଛି ସେକ୍ସନ୍‌ କଂକ୍ରିଟ ରୋଡ଼୍‌ କରିବା ପାଇଁ ପ୍ରସ୍ତୁତ କରୁଛି । ଫଳରେ ଏହି ଯୋଜନା କେତେ ଦୂର ଫଳପ୍ରଦ ତାହା ଜାଣିପାରିବେ । ଏବେ ବର୍ଷା ରୋଡର କିଛି କରିପାରିବ ନାହିଁ । ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

Leave A Reply

Your email address will not be published.