ଓଡ଼ିଆ ନ୍ୟୁଜ୍: ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ।ଏଣିକି ରାଜଭବନର ନାଁ ହେବ ଲୋକ ଭବନ।ରାଜ୍ୟପାଳ ସମ୍ମିଳନୀରେ ଦିଆଯାଇଥିଲା ପ୍ରସ୍ତାବ।ଆଜିଠୁ ସରକାରୀ ଭାବେ ‘ଲୋକ ଭବନ’ ଲେଖାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସୋମବାରଠାରୁ ଏହା ସରକାରୀ ଭାବେ ଲାଗୁ ହୋଇଛି।
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଏହି ନାମ ପରିବର୍ତ୍ତନ ଲୋକଙ୍କ ଆଶାକୁ ପ୍ରତିଫଳିତ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଗୃହ ମନ୍ତ୍ରାଳୟର ମାର୍ଗଦର୍ଶନରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଜନସାଧାରଣଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।