ଶତାୟୁଙ୍କ ବଦାନ୍ୟତା, ଏମ୍ସ ହସ୍ପିଟାଲକୁ ଦାନ କଲେ 3 କୋଟି

0

ଓଡ଼ିଆ ନ୍ୟୁଜ୍: ମହିଳା ଡାକ୍ତରଙ୍କ ମହାନତା…ଏମ୍ସକୁ ଦାନ କଲେ ୩ କୋଟି ୪୦ ଲକ୍ଷ।ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି। ମହିଳାଙ୍କ କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି।

ଏହି ଅନୁଦାନ AIIMS-ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ‘ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ପ୍ରୋଗ୍ରାମ୍’ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି ଡାକ୍ତର ଲକ୍ଷ୍ମୀ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭବିଷ୍ୟତର ବିଶେଷଜ୍ଞମାନଙ୍କୁ ତାଲିମ ଦେବା ସହ କର୍କଟ ସହ ଲଢ଼ୁଥିବା ମହିଳାଙ୍କ ପାଇଁ ଉନ୍ନତ ଚିକିତ୍ସା ବିକଳ୍ପ ଯୋଗାଇବ।

Leave A Reply

Your email address will not be published.