ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ କସରତ।ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ୍ ଫର୍ମ ନେଲା ବିଜେଡି।ବିଧାନସଭା ସମ୍ମିଳନୀ କକ୍ଷରୁ ଫର୍ମ ନେଲେ ସସ୍ମିତ ପାତ୍ର।
ସେପଟେ ଗୁରୁବାର ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ରାଜ୍ୟସଭା ନିର୍ବାଚନ ଥିବାରୁ ଏହା ଗୁରୁତ୍ୱ ବହନ କରୁଛି । ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ଆଲୋଚନା ହେବ ।
ବିଜେଡି ମହିଳା ସଭାପତି ସେହ୍ନାଙ୍ଗିନି ଛୁରିଆ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ନବୀନ ସରପ୍ରାଇଜ୍ ଦେବେ । କାହାକୁ ପ୍ରାର୍ଥୀ କରାଯିବ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି ସ୍ନେହାଙ୍ଗିନି କହିଛନ୍ତି