ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ: ମନମୋହନ ସାମଲ, ସୁଜିତ୍ କୁମାର ଓ ଦିଲ୍ଲୀପ ରାୟ ବିଜୟୀ। ସରିଲା ରାଜ୍ୟସଭା ନିର୍ବାଚନ। ଆସିଛି ଫଳାଫଳ। ଯାହା ଆଶା କରାଯାଉଥଲା ସେୟା ହିଁ ଘଟିଲା। ୩ ରାଜ୍ୟସଭା ଆସନ ହାତେଇବାରେ ସଫଳ ହେଲା ବିଜେପି। ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହୋଇଥିବା ବେଳେ, ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଚତୁର୍ଥ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଛନ୍ତି। ଆଉ ଏହା ସହ ବିଜେପି ରାଜ୍ୟସଭାରେ ଯେଉଁ ବିଜୟ କଥା କହୁଥିଲା ତାହା ପ୍ରମାଣିତ ହୋଇଛି। ସେହିଭଳି ବିଜେଡିର ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ତେବେ ବିଜେପିର ୨ ନିର୍ବାଚିତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଜୟ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମା କହିଛନ୍ତି, ବିଜେପି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ସବୁବେଳେ ଓଡ଼ିଶାର ସ୍ବରକୁ ଶାଣିତ କରିବୁ। ଲୋକଙ୍କ ସମର୍ଥନ ଯୋଗୁ ରାଜ୍ୟସଭା ନିର୍ବାଚନରେ ଏଭଳି ଅଦ୍ବିତୀୟ ସଫଳତା ମିଳିଲା। ସେହିଭଳି ମନମୋହନ ସାମଲ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକଙ୍କ ଆଶୀର୍ବାଦ ଯୋଗୁ ଆମେ ବିଜୟୀ ହୋଇଛୁ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।