ସରିଲା ରାଜ୍ୟସଭା ଭୋଟିଂ, ୧୧ ବିଧାୟକ କଲେ କ୍ରସ ଭୋଟିଂ

0

ଓଡ଼ିଆ ନ୍ୟୁଜ୍: ସରିଲା ରାଜ୍ୟସଭା ଭୋଟିଂ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଆଶାଠୁ ଢେର ଅଧିକ ହେଲା କ୍ରସ ଭୋଟିଂ। ବୋଧହୁଏ ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଏମିତି କ୍ରସ ଭୋଟିଂ କେବେ ହୋଇ ନ ଥିବ। ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ ଏବଂ ବିଧାୟିକା କ୍ରସ ଭୋଟିଂ କରିଥିବା ଜଣା ପଡ଼ିଛି। ନିର୍ବାଚନରେ ବିଜେପି ଗଦଗଦ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଏହା ମଧ୍ୟ ଆପାତଃ ସ୍ପଷ୍ଟ ହୋଇ ଯାଇଛି ଯେ, ଚତୁର୍ଥ ଆସନରେ ବିରୋଧୀ ପରାଜିତ ହୋଇଛନ୍ତି।

ଆଜି ବିଧାନସଭା ପରିସରରେ ରାଜ୍ୟରୁ ରାଜ୍ୟସଭାର ୪ଟି ଆସନକୁ ନେଇ ଭୋଟ୍ ଗ୍ରହଣ ହୋଇଛି। ସମସ୍ତ ୧୪୭ ବିଧାୟକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିରୁ ୧୧ ଜଣ ବିଧାୟକ ଏବଂ ବିଧାୟିକା ଦଳୀୟ ହ୍ଵିପକୁ ଅବମାନନା କରି କ୍ରସ ଭୋଟିଂ କରିଥିବା ସୂଚନା ରହିଛି। କିଛି ବିଧାୟକ ମିଡିଆରେ କ୍ରସ୍ ଭୋଟିଂ କରିଥିବା କହିଥିବା ବେଳେ ଆଉ କିଛି ନିରବ ରହି ମଉନ ସମର୍ଥନ ଦେଇଛନ୍ତି।କ୍ରସ ଭୋଟିଂ କରିଥିବା ୧୧ ବିଧାୟକ-ବିଧାୟିକା ମଧ୍ୟରୁ ୩ ଜଣ କଂଗ୍ରେସର ସଦସ୍ୟ ହୋଇଥିବା ବେଳେ ୮ ଜଣ ବିଜେଡିର। କ୍ରସ ଭୋଟିଂ କରିଥିବା ବିଧାୟକ ଓ ବିଧାୟିକା…

କଂଗ୍ରେସ ବିଧାୟକ

୧. ରମେଶ ଜେନା, ସାନଖେମୁଣ୍ଡି ବିଧାୟକ

୨. ଦାଶରଥୀ ଗମାଙ୍ଗ, ମୋହନା ବିଧାୟକ

୩. ସୋଫିଆ ଫିର୍ଦ୍ଦୋସ, କଟକ ବାରବାଟୀ ବିଧାୟକ

ବିଜେଡି ବିଧାୟକ

୧. ଚକ୍ରମଣି କହଁର, ବାଲିଗୁଡ଼ା ବିଧାୟକ

୨. ସୌଭିକ ବିଶ୍ବାଳ, କଟକ-ଚୌଦ୍ଵାର ବିଧାୟକ

୩. ନବ କିଶୋର ମଲ୍ଲିକ, ଜୟଦେବ ବିଧାୟକ

୪. ସୁବାସିନୀ ଜେନା, ବସ୍ତା ବିଧାୟକ

୫. ଦେବୀ ରଂଜନ ତ୍ରିପାଠୀ, ବାଙ୍କି ବିଧାୟକ

୬. ରମାକାନ୍ତ ଭୋଇ, ତିର୍ତ୍ତୋଲ ବିଧାୟକ

ବିଜେଡ଼ି ନିଲମ୍ବିତ ବିଧାୟକ

୧. ସନାତନ ମହାକୁଡ଼, ଚମ୍ପୁଆ ବିଧାୟକ

୨. ଅରବିନ୍ଦ ମହାପାତ୍ର, ପାଟକୁରା ବିଧାୟକ

Leave A Reply

Your email address will not be published.