ରାଜ୍ୟସଭା ନିର୍ବାଚନ, ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର।ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର।୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ।ବିଜେଡିର ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍‌ ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥିପତ୍ର କାଏମ।ବିଜେପିର ମନମୋହନ ସାମଲ, ସୁଜିତ କୁମାରଙ୍କ ପ୍ରାର୍ଥିପତ୍ର କାଏମ। ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟ ପ୍ରାର୍ଥିପତ୍ର କାଏମ।ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ।

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୫ ପ୍ରାର୍ଥୀ । ବିଜେପିରୁ ୨, ବିଜେଡିରୁ ଜଣେ ଏବଂ ଚତୁର୍ଥ ଆସନ ପାଇଁ ୨ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର ନିଜ ନିଜର ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଥିଲେ । ମନମୋହନ ସାମଲ ଓ ସୁଜିତ୍‌ କୁମାରଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଦିଲ୍ଲୀପ ରାୟ । ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିଛି । ମନମୋହନ ଓ ସୁଜିତ କୁମାର ଦୁଇ ସେଟ୍ ଲେଖାଏଁ ଫର୍ମ ଭରିଥିବା ବେଳେ ଦିଲ୍ଲୀପ ରାୟ ୩ ସେଟ୍ ନାମାଙ୍କନ ଭରିଥିଲେ ।

Leave A Reply

Your email address will not be published.