ରାମ ନାମ ସନାତନ ଧର୍ମ ର ମୁଖ୍ୟ ଧାରା ଆନନ୍ଦ ଓ ଶାନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମ ନାମ ସନାତନ ଧର୍ମ ର ମୁଖ୍ୟ ଧାରା ଆନନ୍ଦ ଓ ଶାନ୍ତି |  ନିରାକାରପୁର ରାମଦୟା ପରିଷଦ ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଯାତ୍ରା ଉପଲକ୍ଷେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୋଟା ମହନ୍ତ ଗୋବିନ୍ଦ ଦାସ ମହାରାଜ ଜୀ ଯୋଗଦେଇ ଥିଲେ ଏହା ୨୧ ଦିନ ବ୍ୟାପୀ ମହା ଆଡ଼ମ୍ବରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବିଭିନ୍ନ ସ୍ଥାନରୁ ଆସି ସହଯୋଗ କରିଥିବା କଳାକାର ଓ ଅନୁଷ୍ଠାନ କୁ ନିରନ୍ତର ଭାବେ ସହଯୋଗ କରିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ଓ ସମସ୍ତ ସହଯୋଗୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ର ସଭାପତି ଡ଼ଃ ମୃତ୍ୟୁଞ୍ଜୟ ରଥ , ଉପସଭାପତି ସତ୍ୟବାଦୀ ବଳବନ୍ତରାୟ ,ସହ ସମ୍ପାଦକ ସାରଙ୍ଗଧର ବଳିୟାର ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯେଉଁମାନେ ସହଯୋଗ କରିଥିଲେ |

ଶ୍ରୀରାମଚନ୍ଦ୍ର ସେମାନଙ୍କୁ ଶାନ୍ତି ଓ ଆନନ୍ଦ ଦିଅନ୍ତୁ ବୋଲି ପରିଷଦ ପକ୍ଷରୁ ଅତିଥି ମାନେ ମତବ୍ୟକ୍ତ ବକ୍ତବ୍ୟ କରିଥିଲେ । ରାମ ନାମ ସନାତନ ଧର୍ମ ର ମୁଖ୍ୟ ଧାରା ଶାନ୍ତି ଆଉ ଆନନ୍ଦ ଥିଲେ ମନୁଷ୍ୟ କୁ ସ୍ବର୍ଗ ମୁକ୍ତିଲାଭ ହୋଇ ଥାଏ। ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।।

Leave A Reply

Your email address will not be published.