ଓଡ଼ିଆ ନ୍ୟୁଜ୍: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍।କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ ପାଇଁ ଲେଖିଲେ। ସେମାନଙ୍କୁ ଦଳ ନିଲମ୍ବନ କରିଥିବାରୁ ଗୃହରେ ସିଟ୍ ବଦଳାଯାଉ।ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରାଯାଉ।
ସୋମବାର ଦିନ ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ନିର୍ବାଚନ । ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ୨ଟି ସିଟ୍ ଯାଇଛି । ଆଉ ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ଏହି ଭୋଟିଂ ପ୍ରକ୍ରିୟାରେ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଯେଉଁଥିରେ କଂଗ୍ରେସ ୩ ଜଣ ବିଧାୟକ ସାମିଲ ରହିଥିଲେ । ବାକି ବିଜେଡିର ଥିଲେ । ତେବେ ତିନି ଜଣ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଆକ୍ସନ ନେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ବନ କରିଛି । ଦଳ ବିରୋଧରେ ଯାଇ ଭୋଟ କରିଥିବାରୁ ଆକ୍ସନ ନେଇଛି ରାଜ୍ୟ କଂଗ୍ରେସ ।