ଫୋନ୍‌ ଉଠାଉ ନାହାନ୍ତି ଦାଶରଥୀ ଗମଙ୍ଗ: ରାମଚନ୍ଦ୍ର କାଡାମ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ୍‌ ଉଠାଉ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସୂଚନା। ପିସିସି ସଭାପତି ଏବଂ ଏଆଇସିସି ନେତା ଯୋଗାଯୋଗ କରୁଛନ୍ତି।ଫୋନ୍‌ ନ ଉଠାଇଲେ ବି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି।ଦାଶରଥୀ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍‌ ଦେବେ: କାଡାମ। ଯେଉଁମାନେ କ୍ରସ୍‌ ଭୋଟିଂ କରିବେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ବିଜେପି ଯେଉଁ ଯୋଜନା କରୁଛି, ସଫଳ ହେବ ନାହିଁ କହିଲେ କାଡାମ।

ସୂଚନା ଥାଉକି, କଂଗ୍ରେସରେ ଅଧିକ କ୍ରସ୍ ଭୋଟିଂ ହେବ ବୋଲି କୁହାଯାଉଥିବାରୁ ପିସିସି ସଭାପତି ଶ୍ରୀ ଦାସ ସତର୍କତାର ସହ ଗୋଟି ଚାଳନା କରୁଛନ୍ତି। ଗତକାଲି ସେ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାରୁ ସେହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି। ଏହି ବିଧାୟକମାନେ ବେଙ୍ଗାଲୁରୁରେ ୱାଣ୍ଡର୍‌ଲା ରିସୋର୍ଟରେ ରହିଛନ୍ତି। ସେମାନେ ରବିବାର ସନ୍ଧ୍ୟା କିମ୍ବା ସୋମବାର ସକାଳୁ ଓଡ଼ିଶା ଫେରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.