ଓଡ଼ିଆ ନ୍ୟୁଜ୍: କ୍ରସ୍ ଭୋଟିଂ କରିଥିବା ରମାକାନ୍ତ ଭୋଇଙ୍କ ଚାଞ୍ଚଲ୍ୟକର ଖୁଲାସା। ମୋତେ ଘରୁ ଅପରାଧୀ ପରି ଉଠାଇ ନେଇଥିଲେ କହିଲେ ରମାକାନ୍ତ।ମୋ ଘରକୁ ୪ ଜଣ ବିଧାୟକ ଆସିଥିଲେ, ମୋତେ ନେଇଗଲେ।ଘରୁ ନେବାବେଳେ ଏସକର୍ଟ କରି ଗାଡ଼ିରେ ନବୀନ ନିବାସ ନେଲେ। ରାତି ୧୦ଟା ପରେ ଘରକୁ ବାହାରିବାରୁ ମୋତେ ଛାଡ଼ିଲେନି। ରାତି ୧୨ଟା ହେଲା, ତଥାପି ମୋତେ ନବୀନ ନିବାସରୁ ଛଡ଼ାଗଲାନି।ମୁଁ କହିଲି, ଆପଣଙ୍କର ଭୋଟ୍ ଦରକାର ନା ନବୀନ ନିବାସରେ ରହିବା ଦରକାର।
ଯଦି ମୋତେ ନ ଛାଡ଼ିବ, ମୁଁ ଆପଣଙ୍କୁ ଭୋଟ୍ ଦେବିନି କହିଥିଲି।ଘରୁ ଜବରଦସ୍ତ ଉଠାଇ ନେବା, ରାତିରେ ନ ଛାଡ଼ିବାରୁ ନିରାଶ ହୋଇଥିଲି। ଯଦି ଜିତିବାର ଥିଲା, କାହିଁକି ୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା।ଦତ୍ତେଶ୍ବରଙ୍କୁ ପ୍ରାର୍ଥୀ କରିବା ପାଇଁ ବିଧାୟକଙ୍କ ସହ ଆଲୋଚନା ହୋଇ ନଥିଲା। କାହିଁକି ଦଳର କୋର୍ କମିଟି ସଦସ୍ୟଙ୍କୁ ପ୍ରାର୍ଥୀ କରାଗଲାନି କହିଲେ ରମାକାନ୍ତ। ମୋ ମନରେ ହୋଇଥିବା କଷ୍ଟ ଭୋଟ୍ରେ ପ୍ରତିଫଳିତ ହେଲା।