ଖୋଲିଲା ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କ ଗୁମର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁହଁରେ ଦାଢ଼ି, ମୁଣ୍ଡରେ ପଗଡ଼ି। ଶରୀରରେ ଗେରୁଆ ବସ୍ତ୍ର। ହେଲେ କରୁଛନ୍ତି ଯୁବତୀଙ୍କ ସହ ରୋମାନ୍ସ। ଆପତ୍ତିଜନକ ଅବସ୍ଥାରେ ଏହି ଭଣ୍ଡ ବାବା କୈବଲ୍ୟ ଜାନିଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ହେଲେ ବାବାଙ୍କ କାଣ୍ଡକାର୍ଣ୍ଣାମା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ବାବାଙ୍କର ଆପତ୍ତିଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଉପରୁ ପୂରା ଯୋଗୀ ହେଲେ ଭିତରୁ ଯୁବତୀ ଭୋଗୀ ରଙ୍ଗିଲା ବାବା ।

ତେବେ ଏହି ରଙ୍ଗିଲା ବାବା ନାମରେ ପରିଚିତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କୈବଲ୍ୟ ଜାନି । ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗରେ ଏହି ଭଣ୍ଡବାବାଙ୍କୁ ଗିରଫ କରିଛି ପୋଲିସ୍ । ଏବେ ବାବାଙ୍କର ଗୋଟେ ପରେ ଗୋଟେ କଳା ଗୁମର ଫିଟିବାରେ ଲାଗିଛି । ତେବେ ସୂଚନା ମୁତାବକ, ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ ଆଣିଥିଲେ। ତିଗିରିଆ ଅଞ୍ଚଳରେ ଥିବା ବାବାଙ୍କ ସୁତୀକ୍ଷ୍ଣ ଆଶ୍ରମରେ ଢେଙ୍କାନାଳ ଏବଂ ତିଗିରିଆ ପୁଲିସ ମିଳିତ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ଚଢ଼ାଉ ସମୟରେ ବାବାଙ୍କ କାରରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଅନେକ ଫଟୋ ବି ମିଳିଥିଲା, ଯାହା ଅତ୍ୟନ୍ତ ଅଶ୍ଳୀଳ ରହିଥିଲା। ଯୁବତୀଙ୍କ ସହିତ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୁଲିସ ହାତରେ ଲାଗିଥିଲା। ଏବେ ବାବାଙ୍କର କିଛି ଭିଡିଓ ସୋସିଆଲ ମିଡିଆାରେ ମଧ୍ୟ ଘୂରିବୁଲୁଛି । ଯେଉଁଥିରେ ବାବା ପୂରା ମତୁଓ୍ବାଲା ହୋଇ ନାଚୁଛନ୍ତି । ଯାହାସବୁ ଜଣାପଡିବା ପରେ ଏବେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବାବା ଆଉ କେଉଁ କେଉଁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି ।

Leave A Reply

Your email address will not be published.