ଆଜି ରତ୍ନଭଣ୍ଡାର ସମୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଆଜି ରତ୍ନଭଣ୍ଡା ସମୀକ୍ଷା।ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ। ପ୍ରଥମେ ଆଇନ ମନ୍ତ୍ରୀଙ୍କ ବୈଠକ, ପରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା।ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିବା ରତ୍ନଭଣ୍ଡାରର ଗଣତି, ମଣତିଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ସ୍ପଷ୍ଟ ନୀତି ଆସିବ । କେତେବେଳେ ଓ କେମିତି ରତ୍ନଭଣ୍ଡାର ପରିଚାଳନା ହେବ, ସେହି ନୀତିରେ ସବୁ ସୂଚନା ରହିବ । ଏ ବାବଦରେ ଏସ୍ଓପି ପ୍ରସ୍ତୁତ ସରିଛି ଯାହାର ଆସନ୍ତାକାଲି(ସୋମବାର) ସମୀକ୍ଷା କରାଯିବ । ସମୀକ୍ଷା ପରେ ଏସ୍ଓପିରେ କ’ଣ କ’ଣ ରହିବ ତାହା ସ୍ପଷ୍ଟ ହେବ । ଦିନ ୧୧ଟା ବେଳେ ରତ୍ନଭଣ୍ଡାରର ସମୀକ୍ଷା ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିବେ ।

ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଓପିର ସମୀକ୍ଷା କରିବେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ସେହିପରି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ । ନୂଆ କରି ଏକ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପ୍ରିଟେସନ ସେଣ୍ଟର) କରାଯିବାର ପ୍ରସ୍ତାବ ଅଛି ଯାହା ପାର୍କିଂ ସେଣ୍ଟର ଶେଷ ଆଡୁକୁ ହେବ ।

Leave A Reply

Your email address will not be published.