ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାୟଗଡା 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଆଦିବାସୀ ମହାସଂଘ । ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ଆଦିବାସୀ ମହାସଂଘ । ରାୟଗଡା ଚନ୍ଦ୍ରପୁରୁ ମା ଗୃହରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ୧୬ ଦିନ ବିତିଗଲାଣି ।
ଆଜି ପର୍ଯ୍ୟନ୍ତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ହତ୍ୟା କାରୀଙ୍କୁ ଗିରଫ କରିବାରେ ଅସଫଳ । ତେଣୁ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବି ନେଇ ଆଜି ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ କରିଛି ଆଦିବାସୀ ମହାସଂଘ । ଯାହାର ପ୍ରଭାବରେ ଜିଲାରେ ଚକ ଅଖ ବନ୍ଦ ରହିବା ସହିତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ରାୟଗଡା ଜିଲ୍ଲାରେ ।ସୂଚନାଥାଉକି ରାୟଗଡା ଜିଲ୍ଲାର ଚନ୍ଦ୍ରପୁରରେ ମା ଗୃହରେ କାର୍ଯ୍ୟରତ ଥିବା ଯୁବତୀ ଲକ୍ଷ୍ମୀ ମାଝିକୁ ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିବା ଲକ୍ଷ୍ମୀଙ୍କ ଦରପୋଡ଼ା ମୃତଦେହ ମିଳିଥିଲା ।
ସେହିଦିନ ରାତି ପ୍ରାୟ ୧୧ଟାରେ ମା’ ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର। ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। ତେବେ ଏନେଇ ଆଜି ପର୍ଯ୍ୟନ୍ତ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ପାରିନି।