ଭୁବନେଶ୍ୱର-କଟକ ରୋଡରୁ ହଟିବ ଟ୍ରାଫିକ

0

ଓଡ଼ିଆ ନ୍ୟୁଜ୍: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା। ଜଳିବ ନାହିଁ ରେଡ ଲାଇଟ।ଟ୍ରାଫିକ ଏରିଆରେ ଓଭର ବ୍ରିଜ କରିବାକୁ ଯୋଜନା।ବେଟର ଭୁବନେଶ୍ୱର ଏବଂ ଗ୍ରେଟର ଭୁବନେଶ୍ୱର କରିବା ଲକ୍ଷ୍ୟ।ଟିପି ସ୍କିମରେ ସହର ବଢାଇବାକୁ ଯୋଜନା ଚାଲିଛି। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣଭାବେ ଟ୍ରାଫିକ ଲାଇଟ୍ ମୁକ୍ତ କରାଯିବ। ଏ ନେଇ ନୂତନ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି । ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ରେ ଏକା ଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ ହେବ । ସେସବୁ ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ ।

ଅଢେଇରୁ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.