ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଠିକା କର୍ମଚାରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବାରିପଦା ମେଡ଼ିକାଲ କଲେଜ ର ଠିକା କର୍ମଚାରୀ। ୧୨ ଦଫା ଦାବି ନେଇ ଓଡିଶା ମେଡିକାଲ କର୍ମଚାରୀ ସଂଘ ସହାୟତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଥିବା ଠିକା ସଂସ୍ଥାର କର୍ମଚାରୀ। ଦୀର୍ଘ ଦିନରୁ ଦାବୀ ପୂରଣ ନହେବାରୁ ଆଜି ଠାରୁ ସଂସ୍ଥାର ୮୩ ଜଣ ଆଟେଣ୍ଡେନ୍ ହସ୍ପିଟାଲ ପରିସରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଧାରଣାରେ ବସିଛନ୍ତି।

ଘଟଣା ମୁତାବକ ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ମଞ୍ଜୁଶ୍ରୀ ଏଜେନ୍ସି ନାମକ ଏକ ଅଟଉସୋର୍ସିଂ କମ୍ପାନୀ ପକ୍ଷରୁ ଉକ୍ତ କର୍ମଚାରୀ ମାନକୁ ନିଯୁକ୍ତି ଦିଆଯାଇଛି। ହେଲେ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ତାଙ୍କର କିଛି ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ଦାବି କରିଆସୁଥିଲେ ମଧ୍ୟ ତାହା ଉପରେ କେହି ଗୁରୁତ୍ୱ ଦେଉନଥିବା ନେଇ ଅଭିଯୋଗ କରିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ରହିଛି ଫେବ୍ରୁଆରୀ ମାସର ବଢା ଦରମା ମାର୍ଚ୍ଚ ମାସର ଦରମା ସାଙ୍ଗରେ ସଂଯୁକ୍ତ କରାଯାଉ,ସିନିଆରୀଟି ହିସାବରେ ଦରମା ବୃଦ୍ଧି କରାଯାଉ,ନିୟମିତ ଡ୍ୟୁଟି ପାଇଁ ଜଣେ ଅଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି କରାଯିବା,ସମସ୍ତ କର୍ମଚାରୀ ଙ୍କୁ ଡ୍ରେସକର୍ଡ଼ ଓ ଆଇ କାର୍ଡ ପ୍ରଦାନ କରିବା ସହିତ ସମସ୍ତ ଙ୍କୁ ଏପିଏଫ୍ ସ୍ଲିପ୍ ପ୍ରଦାନ କରାଯିବା ଭଳି ମୁଖ୍ୟ ଦାବି ସହିତ ୧୨ ଦଫା ଦାବିକୁ ନେଇ କର୍ମଚାରୀ ମାନେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

ଏନେଇ ପୁର୍ବରୁ ଅର୍ଥାତ୍ ଫେବୃଆରୀ ୧୭ ତାରିଖରେ ଠିକା କର୍ମଚାରୀ ଅନଙ୍କ ପକ୍ଷରୁ ମେଡ଼ିକାଲ କଲେଜର ଅଧୀକ୍ଷକଙ୍କୁ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ ରାଯାଇଥିଲା। ହେଲେ ଉକ୍ତ ଦାବୀପତ୍ରର ଆଜି ଯାଏଁ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟହୋଇ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଥିବା ସହିତ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କର ଦାବୀ ଗୁଡିକ ପୂରଣ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଠିକା କର୍ମଚାରୀ।

Leave A Reply

Your email address will not be published.