ସମ୍ବଲପୁରରେ ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରା ବନ୍ଦ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶାନ୍ତି ବଜାୟ ରଖିବାକୁ ସମ୍ବଲପୁରରେ ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରରେ ଏକ ବର୍ଷ ଯାଏ ସବୁ ଧାର୍ମିକ ଶୋଭାଯାତ୍ରାକୁ ବାରଣ କରାଯାଇଛି । ଆଜି ବସିଥିବା ଶାନ୍ତି କମିଟି ବୈଠକରେ ଏକ ବର୍ଷ ଲାଗି ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲ ପ୍ରଶାସନ ପକ୍ଷରୁ ସମସ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଶାନ୍ତି କମିଟି ବୈଠକ ପରେ ଏ ନେଇ ସୂଚନା ଦେଇ ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରରେ ଶାନ୍ତି ବଜାୟ ରଖିବା ।

ସେ ଆହୁରି କହିଛନ୍ତି, ରାମ ନବମୀ ବେଳେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଓ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆ ଯାଇଛି । ସୂଚନା ଯୋଗ୍ୟ, ହନୁମାନ ଜୟନ୍ତୀ ଓ ମୁହରମ ସମୟରେ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା ବାହାରି ଥାଏ ।

Leave A Reply

Your email address will not be published.