କେବଳ ଅନଲାଇନ୍ ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ ପଇଠ କରିବେ ଭୁବନେଶ୍ୱର ବାସିନ୍ଦା, ଆଜିଠୁ ଲଗୁ ହେଲା ନିୟମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜିଠୁ ଭୁବନେଶ୍ୱର ବାସିନ୍ଦା କେବଳ ଅନଲାଇନ୍ ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ ପଇଠ କରିବେ। ପୂର୍ବରୁ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ଟିକସ ଆଦାୟ ହେଉଥିଲା। କିନ୍ତୁ କୋଭିଡ୍ ସମୟରେ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହେବା ପରେ ଦେଖାଗଲା ଯେ ଅଫଲାଇନ୍ ଅପେକ୍ଷା ଅନଲାଇନ୍ ରେ ଭଲ ଟିକସ ଆଦାୟ ହେଉଛି। ଆଜିଠାରୁ ଭୂବନେଶ୍ୱର ବାସୀ ଅନଲାଇନ୍ ନଚେତ୍ NEFT ମାଧ୍ୟମରେ ଟିକସ ପଇଠ କରିବେ। କିଛିଦିନ ତଳେ କିଭଳି ଅନଲାଇନ୍ ଟିକସ ଆଦାୟ ହେବ ସେ ନେଇ ଭୂବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ତିନୋଟି ଯାକ ଜୋନ୍ ର ଓ୍ବାର୍ଡ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଥିଲା।

ଟ୍ରେଡ୍ ଲାଇସେନ୍ସ ଫି ଆଦାୟ ମଧ୍ଯ ଏଥର ଅନଲାଇନ୍ ରେ ହେବ। ଆଉ ଅଫଲାଇନ୍ ରେ ଫି ଗ୍ରହଣ କରାଯିବ ନାହିଁ। ଗତ ଆର୍ଥିକ ବର୍ଷ ରେ ୧୫୦ କୋଟି ଟଙ୍କା ହୋଲଡିଂ ଟ୍ୟାକ୍ସ ଆଦାୟ ହେବାକୁ ଥିବା ବେଳେ ୬୨ କୋଟି ଟଙ୍କା ଆଦାୟ ହୋଇଥିଲା। ସେହି ୬୨ କୋଟି ଭିତରୁ ୪୭ କୋଟି ଅନଲାଇନ୍ ରେ ଆଦାୟ ହୋଇଥିଲା।

Leave A Reply

Your email address will not be published.