ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖିଛନ୍ତି ମୃତ୍ୟୁ ପାଇଁ ୪ ଜଣ ଦାୟୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ସିଟି ଷ୍ଟେସନ ନିକଟରେ ଘଟିଛି । ମୃତ ଶିକ୍ଷକଜଣକ ହେଉଛନ୍ତି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।
କ୍ଷୀରୋଦ ନାଥଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ ଅଛି, ମୋ’ ମୃତ୍ୟୁ ପାଇଁ ହାଇସ୍କୁଲର ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ଦାୟୀ ଅଟନ୍ତି । ସେମାନେ ସଂଘବଦ୍ଧ ଭାବେ ଯୋଜନା କରି ମୋତେ ଫସାଇବାକୁ ଚେଷ୍ଟା କରୁଥିଲେ।

ମୁଁ ଏହି ଖଳନାୟକମାନଙ୍କର ଶିକାର ହେଲି । ସୁବଳ ବାରିକ ଓ ଜଗଦିଶ ସାହୁ ଏହି ଷଡଯନ୍ତ୍ରୀର ମୁଖ୍ୟ ନାୟକ । ମୋ’ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନେ ମୋତେ ଅପଦସ୍ତ କରିଛନ୍ତି। ତେଣଉ ଏହି ଭଦ୍ରମୁଖାଧାରୀଙ୍କୁ ଉଚିତ ଶାସ୍ତି ମିଳୁ । ମୋର ପରିବାର ପ୍ରତି ଉଚିତ ନ୍ୟାୟ ବିଚାର କରାଯାଉ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

Leave A Reply

Your email address will not be published.