ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ ନୃସିଂହ ଚରଣ ରାଉତ। ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ନୃସିଂହ। ଏକ ଜମି ମ୍ୟୁଟେସନ ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଆରଆଇ ନୃସିଂହ ଚରଣ ରାଉତ ଏହି ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ନୃସିଂହ ଚରଣ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ନୃସିଂହଙ୍କ ଘରେ ଏହି ଚଢ଼ାଉ କରାଯାଇଛି।