ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବସ୍ତା ବିଧାୟିକାଙ୍କ ବାଲିଆପାଳ ବ୍ଲକରେ ସମୀକ୍ଷା ବୈଠକ । ନବ ନିର୍ବାଚିତ ବସ୍ତା ବିଧାୟିକା ସୁବାସିନୀ ଜେନା ଶୁକ୍ରବାର ବାଲିଆପାଳ ବ୍ଲକ କୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ |
ଏହା ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆ ପ୍ରକଳ୍ପଗୁଡିକ ନିମନ୍ତେ ଏକ ରୋର୍ଡ ମ୍ୟାପ୍ କରିବାକୁ ବିଧାୟିକା ଜେନା ମଧ୍ଯ ପରାମର୍ଶ ଦେଇ ଥିଲେ।
ଅଧିକାରୀମାନେ ପ୍ରତିବଦ୍ଧତା ରଖି କାର୍ଯ୍ୟ କଲେ ଧାର୍ଯ୍ୟ ସମୟରେ ସମସ୍ତ କାର୍ଯ୍ୟ ହୋଇ ପାରିବ ବୋଲି ବିଧାୟିକା ଜେନା କହିଥିଲେ। ବୈଠକ ପ୍ରାରମ୍ଭରେ ବ୍ଲକ୍ କତୃପକ୍ଷ ଓ କର୍ମ ଚାରୀଙ୍କ ପକ୍ଷରୁ ବିଧାୟିକା ଜେନାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।