ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ ସିବିଆଇ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର।
ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ମଙ୍ଗଳବାର (ଅଗଷ୍ଟ ୨୦)ରେ ଏହି ମାମଲା ଗ୍ରହଣ କରିବା ପରେ ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ। ସୂଚନା ମୁତାବକ, ଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନ ଦଳରେ ୨୧ ଜଣ ଓକିଲ ଥିବାବେଳେ କେନ୍ଦ୍ରର ପାଞ୍ଚ ଜଣ ଓକିଲ ଅଛନ୍ତି।
୩୧ ବର୍ଷ ବୟସ୍କା ସ୍ନାତକୋତ୍ତର ଡାକ୍ତରଙ୍କ ନିର୍ଦ୍ଦୟ ଦୁଷ୍କର୍ମ ଓ ହତ୍ୟା ମାମଲା ଦେଶବ୍ୟାପୀ ଆକ୍ରୋଶର ଶିକାର ହୋଇଛି। ମଙ୍ଗଳବାରର ଶୁଣାଣିରେ ଏହି ମାମଲା ପରିଚାଳନାରେ ବିଭିନ୍ନ ତ୍ରୁଟି ତଥା ରାଜ୍ୟ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ବନ୍ଦ କରିବାରେ ବିଫଳ ହେବାରୁ ଅଦାଲତ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିବ ସିବିଆଇ।
Comments are closed.