ଆଜି ପୋଲାଣ୍ଡ୍‌ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଠାରୁ ଦୁଇଦିନିଆ ପୋଲାଣ୍ଡ ଗସ୍ତ କରିଛନ୍ତି। ଦୀର୍ଘ ୪୫ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପୋଲାଣ୍ଡ ଗସ୍ତ। ପୋଲାଣ୍ଡର ୱାରସରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟ ସମୁଦାୟଙ୍କ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଥିଲା। ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ୱାଗତ କରିଥିଲେ।

ୱାରସାରେ ମୋଦୀ ସ୍ମାରକ ସ୍ଥଳ ବୁଲିବା ସହ ଭାରତୀୟ ବଂଶୋଦ୍ଭବଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରାୟ ୨୫ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ସହ ଭାରତର ବିକାଶ ଓ ଗୌରବର ଗାଥା କହିଛନ୍ତି ।ପରେ ପ୍ରଧାନମନ୍ତ୍ରୀ ମହାରାଜା ଜାମ ସାହେବ ଦିଗବିଜୟସିଂହଜୀ ରଞ୍ଜିତସିଂହଜୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୪୨ରେ ମହାରାଜା ଜାମ ସାହେବ ପୋଲାଣ୍ଡର ଶିଶୁଙ୍କ ପାଇଁ ଜାମନଗରରେ ଶରଣାର୍ଥୀ ଶିବିର ସ୍ଥାପନ କରିଥିଲେ। ପୋଲାଣ୍ଡ ଗସ୍ତ କାଳରେ ଆଜି ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ।

ଏବଂ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଗସ୍ତ ଅବସରରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍ ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ପୋଲାଣ୍ଡର ସଂସ୍କୃତି ଏବଂ ଚଳଣିକୁ ବୁଝିବାପାଇଁ ପୋଲାଣ୍ଡ ନାଗିରକଙ୍କ ସହ ମଧ୍ୟ କଥା ହେବେ। ପୋଲାଣ୍ଡ ଗସ୍ତ ସାରି ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବେ ମୋଦୀ । ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ପର୍ୟ୍ୟନ୍ତ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ।

Leave A Reply

Your email address will not be published.