ମଝି ଆକାଶରେ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ। ବୋମା ଧମକ ନେଇ ପାଇଲଟଙ୍କ ସୂଚନା ପରେ ବିମାନରେ ବୋମା ଆତଙ୍କ। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏମର୍ଜେନ୍ସୀ ଘୋଷଣା। ଆଇସୋଲେସନ ସ୍ଥାନରେ ବିମାନକୁ ରଖି ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର | ମୁମ୍ବଇରୁ ଆସିଥିବା ଏହି ବିମାନ(ଏଆଇ ୬୫୭)ଟି ଗୁରୁବାର ସକାଳେ ଥିରୁଭାନନ୍ଥପୁରମ ବିମାନବନ୍ଦରରେ ପହଞ୍ଚିଥିଲା।

ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସକାଳ ପ୍ରାୟ ସାଢ଼େ ୭ଟାରେ ପାଇଲଟଙ୍କୁ ଫୋନ ଜରିଆରେ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା। ତୁରନ୍ତ ସେ ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତ୍ଵରିତ ପଦକ୍ଷେପ ନିଆଯାଇଥିଲା। ଏହା ପରେ ସୁରକ୍ଷିତ ଭାବେ ବିମାନଟି ଅବତରଣ କରିଥିଲା। ବିମାନଟିରେ ୧୩୫ ଯାତ୍ରୀ ଥିଲେ। ତେବେ କିଏ ଏବଂ କେଉଁଠାରୁ ଏହି ଧମକ ମିଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। 

ସୂଚନା ଥାଉକି ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ କରାଯାଇଛି। ୧୩୫ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ପହଞ୍ଚିଛି ଟିମ୍। ସକାଳ ୮ଟା ବେଳେ ବିମାନର ଅବତରଣ ପରେ ଏହାକୁ ଆଇସୋଲେସନରେ ରଖାଯାଇଛି।

Comments are closed.