ଓଡ଼ିଆ ନ୍ୟୁଜ୍:ଦେଶରେ ପ୍ରଥମ ଇଚ୍ଛା ମୃତ୍ୟୁକୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ।୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ।ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ୍ ସପୋର୍ଟ ହଟାଇବାକୁ ଅନୁମତି। ଏଥିସହ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ। ଦୀର୍ଘ ୧୩ ବର୍ଷ ହେଲା କୋମାରେ ପଡ଼ି ଚିକିତ୍ସିତ ହେଉଛନ୍ତି ହରିଶ୍।ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା। ୨୦୧୩ରେ ଚତୁର୍ଥ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ହରିଶ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗାଜିଆବାଦର ୩୨ ବର୍ଷୀୟ ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ କରିଛନ୍ତି। ହରିଶଙ୍କ ପିତା ତାଙ୍କ ପୁଅର ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।
ଚଣ୍ଡିଗଡ଼ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା। ୨୦୧୩ରେ ହଷ୍ଟେଲର ଚତୁର୍ଥ ମହଲାରୁ ସେ ଖସିପଡ଼ିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିଲା ଆଉ ସେବେଠାରୁ ହରିଶଙ୍କ ଦୁନିଆ କେବଳ ଏକ ଶେଯରେ ସୀମିତ ହୋଇଗଲା। ଗତ ୧୩ ବର୍ଷ ଧରି ସେ ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି। ଶରୀରର ୧୦୦% ଅଙ୍ଗ ଅକାମୀ। ଅଣ୍ଟାରେ ଘା’ ଆଉ ଆଖିରେ କେବଳ ଶୂନ୍ୟତା। ପୁଅକୁ ଭଲ କରିବା ପାଇଁ ବାପା-ମା’ ସର୍ବସ୍ୱ ଲଗାଇଦେଲେ, କିନ୍ତୁ ଭାଗ୍ୟ ସାଥ୍ ଦେଲାନି। ଶେଷରେ କୋର୍ଟର ପୁଅର ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ ହରିଶଙ୍କ ବାପା-ମା’।