ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଧା ରହିଲା ଜଗା ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ କିନ୍ତୁ ଘଟିଲା ଦୁର୍ଘଟଣା। ନିର୍ମାଣାଧୀନ ବ୍ରିଜରୁ ଭାରସାମ୍ୟ ହରାଇ ୩୦ରୁ ଖସିଲା ବୋଲେରୋ। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦ ଜଣଙ୍କୁ ଗୁରୁତର ହୋଇଛନ୍ତି।
ଛତିଶଗଡ଼ର କିଛି ଯାତ୍ରୀ ଏକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ । ସମ୍ବଲପୁରରୁ ଯୁଜୁମୁରା ଅତିକ୍ରମ କରୁଥିବା ବେଳେ ଝାଙ୍କରପାଲି ନିକଟରେ ଗାଡ଼ିଟି ଭୁଲ ବଶତଃ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧିନ ଏକ ବ୍ରିଜ୍ ଉପରକୁ ଚାଲିଯାଇଥିଲେ । ଫଳରେ ବୋଲେରୋଟି ପ୍ରାୟ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସମୟରେ ବର୍ଷା, ପବନ ହେଉଥିବାରୁ ଏବଂ ଡ୍ରାଇଭର ସେହି ରାସ୍ତା ସହିତ ଅଭ୍ୟସ୍ତ ନ ଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସ୍ କହିଛି ।
ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଭୁଲ ବଶତଃ ଗାଡ଼ିଟି ନିର୍ମାଣାଧୀନ ବ୍ରିଜ ଚଢ଼ିଯାଇ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।