ଉଗ୍ରତାରା ମନ୍ଦିରରୁ ଚୋରି: ମା’ଙ୍କ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି। ରାତି ଅଧରେ ମା’ଙ୍କ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ। ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ । ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା କୁହାଯାଉଛି । ମନ୍ଦିରର ପୂଜକଙ୍କ ସୂଚନା ଅନୁଯାୟୀ, ଦୁର୍ବୃତମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି ।

ମନ୍ଦିରରେ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ । ହେଲେ ସେଦୁହେଁ ଶୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ଦୁର୍ବତମାନେ ମନ୍ଦିରରୁ ଚୋରି କରିଛନ୍ତି । ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ ।

Leave A Reply

Your email address will not be published.