ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନ୍ଧୁକ ଓ ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ୯୦ହଜାର ଟଙ୍କା ଲୁଟ | ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାସ୍ତା ନନ୍ଦପୁର ଛକ ନିକଟରେ ଏକ କଳା ପଲସର ବାଇକ ରେ ୩ ଜଣ ଦୃବୁର୍ତ୍ତ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଜିଓ ଫାଇନାନ୍ସ କର୍ମଚାରୀ ବିଶ୍ୱନାଥ ରାଉତଙ୍କ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।

ତୁଡ଼ିଗଡିଆ ଅଂଚଳ ର ବିଭିନ୍ନ ସ୍ଥାନ ରେ ଫାଇନାନ୍ସ କମ୍ପାନୀରୁ ଲୋନ ସୂତ୍ରରେ ନେଇଥିବା ଟଙ୍କା ସଂଗ୍ରହ କରି ନିଜ ଖଇରା ସ୍ଥିତ କାର୍ଯ୍ୟଳୟ କୁ ଫେରୁଥିବା ବେଳେ ତାଙ୍କ ନିକଟରୁ ଦୁର୍ବୃତ୍ତମାନେ ଛଡାଇ ନେଇ ଫେରାର ହୋଇଯାଇଥିଲେ |

ଅଭିଯୋଗ ପରେ ଖଇରା ଆଇଆଇସି ମୌସୁମୀ ମହାନ୍ତି ଘଟଣା ସ୍ଥଳ ରେ ପହଁଚି ଛାନଭିନ କରିଛନ୍ତି | ବିଶ୍ୱନାଥ କେନ୍ଦ୍ରାପଡ଼ା ଅଂଚଳ ରୁ ଆସି ଦୁଇ ବର୍ଷ ଧରି ଖଇରା ରେ ଜିଓ ଫାଇନାନ୍ସ କମ୍ପାନୀ ରେ କାର୍ଯ୍ୟ କରି ଆସୁଥିଲେ l

Leave A Reply

Your email address will not be published.