ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ମୋବାଇଲ ଲୁଟ; ଥାନାରେ ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ମୋବାଇଲ ଲୁଟ। ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଗୁନିପୁର ଛକ ନିକଟରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ନିକଟରୁ ଏକ ମୋବାଇଲ ଲୁଟ୍ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।

ଆଜି ଏଚଡିଏଫସି ବ୍ୟାଙ୍କରେ କାର୍ଯ୍ୟରତ ଗନ୍ଧିଣା ଗ୍ରାମର ରଶ୍ମିରଂଜନ ମହାପାତ୍ର ବ୍ୟାଙ୍କ କାମରେ ସନ୍ତରାଗଡ଼ିଆ ଯାଇ ବାଇକରେ ଫେରୁଥିଲେ। ମୁଗୁନିପୁର ଛକ ନିକଟରେ ତାଙ୍କର ଏକ ଫୋନ୍‌କଲ ଆସିବାରୁ ରଶ୍ମି ବାଇକ ଅଟକାଇ ମୋବାଇଲ ଫୋନରେ କଥା ହେଉଥିଲେ।

ଏହି ସମୟରେ ଏକ ପଲସର ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଛୁରି ଦେଖାଇ ଭୟଭୀତ କରି ଆକ୍ରମଣ କରି ତାଙ୍କ ନିକଟରୁ ମୋବାଇଲ ଫୋନଟିକୁ ଛଡ଼ାଇ ଦ୍ରୁତ ଗତିରେ ପଳାଇ ଯାଇଥିବା ସୋର ଥାନାରେ ଅଭିଯୋଗ କରିଛନ୍ତି ରଶ୍ମି ରଞନ। ଖବରପାଇ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସନ୍ଦେହରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.